ସିଧୁଆ​‌ ନାଳରେ ବୁଡି ଯୁବକ ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ସିଧୁଆ ନାଳରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ସୂଚନାଅନୁସାରେ ପାଟଣା ବ୍ଲକ ଅନ୍ତର୍ଗତ କୁମୁଳାବାହାଳି ଗ୍ରାମର ଅଭିମନ୍ୟୁ ମହାନ୍ତଙ୍କ ପୁଅ ସାରଙ୍ଗଧର ମହାନ୍ତ (୪୦) ଗତକାଲି  ଚିନାମାଳିପଶି- କୁମୁଳାବାହାଳି ମଧ୍ୟସ୍ଥ ସିଧୁଆ ନାଳକୁ ଗାଧେଇବାକୁ ଯାଇଥିଲେ । ଗତକାଲିଠାରୁ ସେ ଘରକୁ ଫେରିନଥିଲେ ।ଘର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇନଥିଲେ । ତେବେ ଆଜି ସକାଳୁ ତାଙ୍କ ମୃତଦେହ ପଥର ତୁଠ ନିକଟରୁ ଅନତୀ ଦୂରରେ  ଭାସୁଥିବା ଦେଖାଯାଇଥିଲା । ଏ ନେଇ ଘଟଗାଁ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ସିଧୁଆ ନାଳରୁ ସାରଙ୍ଗଧରଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପାଟଣା ପଠାଇଛି ।

Comments are closed.