ଓଲଟିଲା ସ୍ପଲ ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଚାଳକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ନିକଟରେ ଡୁମୁରିଆ ରାସ୍ତାର ସିଦ୍ଧୁଆ ନାଳ ପୋଲ ନିକଟରେ ଆଜି ଏକ ସ୍ପଲ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି । ଅନ୍ୟ ଏକ ଟ୍ରାକ୍ଟରକୁ ଦୃତଗତିରେ ଓଭରଟେକ କରୁଥିବା ସମୟରେ ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଯିବା ସହ ସମ୍ପୁର୍ଣ୍ଣ ଓଲଟି ପଡିଥିଲେ ମଧ୍ୟ ଆଶ୍ଚର୍ୟ୍ୟଜନକ ଭାବେ ଟ୍ରାକ୍ଟର ଚାଳକ ବର୍ତ୍ତି ଯାଇଛନ୍ତି । ଏ ଅଞ୍ଚଳରେ ଅନେକ ଟ୍ରାକ୍ଟର ଚାଳକ ନିଶାଗ୍ରସ୍ତ ରହୁଥିବା ଦେଖାଯାଉ ଥିବାରୁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

Comments are closed.