ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣାବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବଡ଼ନେଉଳି ପଞ୍ଚାୟତ ଖୁଦୁପୋଷି ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯଇଛି । ମୃତକ ଜଣଙ୍କ ଝାଡେଶ୍ୱର ମହାନ୍ତଙ୍କ ପୁତ୍ର କେଶବ ଚନ୍ଦ୍ର ମହାନ୍ତ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କେଶବ ଚନ୍ଦ୍ର ଗତକାଲି ରାତିରୁ ନିଜ ଶଶୁର ଘର କଙ୍କଡାକୁ ଯାଉଛି କହି ଘରୁ ବାହାରି ଯାଇଥିଲେ। ହେଲେ ମଙ୍ଗଳବାର ସକାଳୁ ବୁଢ଼ିକାପୁଡ଼ି ଗ୍ରାମର ଏକଶାଳ ଜଙ୍ଗଲର ଲିମ୍ବଗଛରେ କେଶବଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ମୃତଦେହ ଦେଖି ପ୍ରଥମେ ତୁରୁମୁଙ୍ଗା ଥାନାକୁ ଖବର ଦେଇଥିଲେ। ଖବର ପାଇ ତୁରୁମୁଙ୍ଗା ଆଇଆଇସି ବରେନ୍ଦ୍ର ସିଅଳ ଘଟଣାସ୍ଥଳ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପାଟଣା ପଠାଇଛନ୍ତି। ଘଟଣା ସ୍ଥଳ ଠାରୁ କିଛି ଦୂରରେ ମୃତକଙ୍କ ସାଇକେଲଟି ମିଳିଥିବାରୁ ଏହା ଆତ୍ମହତ୍ୟା କି ହତ୍ୟା ସେ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

Comments are closed.