ଢେଙ୍କିକୋଟରେ ଦୁଇ ମୁଣ୍ଡିଆ ସାପ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଗ୍ରାମରେ ଅଜିତ ରାଉଳଙ୍କ ଘରୁ ଶନିବାର ଏକ ଦୁଇ ମୁଣ୍ଡିଆ ସାପ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଅଜିତଙ୍କ ଘରେ ଛୋଟ ଚିତି ସାପ ପଶିଯାଇଥିବା ଘର ଲୋକେ ଜାଣିବାପରେ ଏହି ସାପଟିକୁ କୌଶଳ କ୍ରମେ ଧରିଥିଲେ। ସାପଟିର ଦୁଇଟି ମୁଣ୍ଡ ଦେଖିବାକୁ ମିଳିବାପରେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଦୁଇ ମୁଣ୍ଡିଆ ଶିଶୁ ଚିତି ସାପଟିକୁ ଦେଖିବାପରେ ଅଜିତ ରାଉଳ ଓ ତାଙ୍କ ବନ୍ଧୁ ଦୀନେଶ ମିଶ୍ର ଏହି ସାପଟିକୁ ସୁରକ୍ଷିତ ଧରି ଏକ ପ୍ଲାଷ୍ଟିକ ଜାରରେ ରଖିଛନ୍ତି। ଏ ନେଇ ବନବିଭାଗକୁ ଖବର ଦିଆଯାଇଛି।

Comments are closed.