ଅବକାରୀ ବିଭାଗର ଚଢ଼ାଉ : ୪ ଗିରଫ

ପାଟଣା: ପାଟଣା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଭିଭିନ୍ନ ସ୍ଥାନରେ ପାଟଣା ଅବକାରୀ ବିଭାଗ ଚଢାଉ କରି ୨୮ଲିଟର ମହୁଲି ମଦ ସହ ୨୮୦ କିଗ୍ରା ନିଶାଯୁକ୍ତ ହାଣ୍ଡିଆ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚଢାଉ ସମୟରେ ପୁଟୁଳିଆର ପୁରୁଷ ମୁଣ୍ଡାଙ୍କ ନିକଟରୁ ୨୮୦କିଗ୍ରା ନିଶାମୁକ୍ତ ହାଣ୍ଡିଆ , ମୟୁରପଙ୍ଖାର ମନୋଜ ମୁଣ୍ଡାଙ୍କ ଠାରୁ ୮ଲିଟର ମହୁଲି ମଦ , ଖୁଣ୍ଟାପଡାର ବୈକୁଣ୍ଠ ମୁଣ୍ଡା ଙ୍କ ଠାରୁ ୧୦ଲିଟର ମହୁଲି ମଦ ଓ କେନ୍ଦେଇପଶିର ସୁନାରାଣୀ ବେହେରା ଙ୍କ ଠାରୁ ୧୦ଲିଟର ମହୁଲି ମଦ ଜବତ କରିବା ସହ ସମସ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପାଟଣା ଅବକାରୀ ସବ ଇନ୍ସପେକ୍କର ଦିଲ୍ଲୀପ କୁମାର ତାଣ୍ଡିଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଚଢ଼ାଉ ରେ ସାମିଲଥିଲେ।

Comments are closed.