ନାତିର କାଠ ଫାଳିଆ ମାଡରେ ଅଜାର ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଭୂମାଜ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ସମ୍ପର୍କୀୟ ନାତିର କାଠ ଫାଳିଆ ମାଡରେ ଅଜାର ମୃତ୍ୟୁ ଘଟିଛି। ଅଭିଯୁକ୍ତ ସମ୍ପର୍କୀୟ ନାତି ଜଣଙ୍କ ସନ୍ତୋଷ ନାଏକ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଅସ୍ଥୟୀ ଭାବେ ରହୁଥିବା ମୟୂରଭଞ୍ଜ ଜିଲାର କାଦଡିହିର ବବୁଲ ନାଏକଙ୍କୁ ତାଙ୍କ ସମ୍ପର୍କିୟ ନାତି ସନ୍ତୋଷ ନାଏକ  ନିଶାସକ୍ତ ଅବସ୍ଥାରେ ମଧ୍ୟ ରାତିରେ କାଠ ଫାଳିଆରେ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି। ସ୍ଵାମୀଙ୍କୁ ନ ମାରିବା ପାଇଁ ବବଲୁଙ୍କ ପତ୍ନୀ ଶାନ୍ତିଲତା ଆକୁଳ ନିବେଦନ କରିଥିଲେ ମଧ୍ୟ ହେଲେ ନାତି ସନ୍ତୋଷ ନାଏକ ମାନି ନ ଥିଲା।  କେଉଁ କାରଣରୁ ସନ୍ତୋଷ ସମ୍ପକୀୟ ଅଜାଙ୍କୁ ପିଟିପିଟି ମାରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଆଜି ପୂର୍ବାହ୍ନରେ ମୃତକର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।

Comments are closed.