ଝାଡଖଣ୍ଡର ଚୋରା ବାଇକ ପାଟଣାରେ ଧରା ପଡିଲା

ପାଟଣା : ଝାଡଖଣ୍ଡ ପଶ୍ଚିମ ସିଂହଭୂମ ଜିଲା କୁମାରଡୁଙ୍ଗି ଥାନା ଅଞ୍ଚଳରୁ ୨୦୧୯ ମସିହା ନଭେମ୍ବର ୨୫ରେ (ଜେ -ଏଚ -୦୬ -ଏଲ ୯୮୫୪) ନମ୍ବର ବିଶିଷ୍ଟ ଏକ ବାଇକ ଚୋରି ହୋଇଥିବା କୁମାରଡୁଙ୍ଗି ଥାନାରେ ଏତେଲା ହୋଇଥିବା ବେଳେ ଗତ ୨ ତାରିଖ ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ବାଉଁଶୁଳି ନିକଟରେ ପାରିବହନ ବିଭାଗର କନିଷ୍ଠ ଏମଭିଆଇ କୃଷ୍ଣଚନ୍ଦ୍ର ବାନାରା ୪୯ ନମ୍ବର ରାଜପଥରେ ଯାନବାହନ ଚେକିଂ କରୁଥିବା ସମୟରେ ଏହି ବାଇକକୁ ଅଟକାଇ ଚାଲାଣ କାଟିଥିଲେ।

ତେବେ ବାଇକଟିରେ ଝାଡଖଣ୍ଡ ନମ୍ବର ବଦଳାଇ (ଓଡ଼ି -୦୯ –କେ- ୯୮୫୧) ନମ୍ୱର କରାଯାଇ ଇଞ୍ଜିନ ନମ୍ବର ଓ ଚେଚିସ ନମ୍ବ ରୁ ଧରା ପଡିଯାଇଥିଲା। କନିଷ୍ଠ ଏମଭିଆଇ ବାଇକଟିକୁ ତୁରୁମୁଙ୍ଗା ପୋଲିସକୁ ଜିମା ଦେବା ସହ ବାଇକର ମାଲିକକୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ବାଇକଟି ଚୋରି ହୋଇଥିବା ସୂଚନା ଦେଇଥିଲେ। ଚୋରା ବାଇକଟିର ମାଲିକ ଏନେଇ କୁମାରଡୁଙ୍ଗା ଥାନାକୁ ଜଣାଇବାରୁ କୁମାରଡୁଙ୍ଗା ପୁଲିସ ତୁରୁମୁଙ୍ଗା ଥାନାକୁ ଆସି ତାଙ୍କ ଅଞ୍ଚଳରୁ ଚୋରି ହୋଇଥିବା ଏହି ବାଇକକୁ ଜବତ କରିବା ସହିତ ବାଇକ ଚୋରା ଘଟଣାରେ ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା ଅଞ୍ଚଳର ୩ ଜଣ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଚଢେଇଭୋଳର ମହମ୍ମଦ ମୁସ୍ତାକ, ଚୈତନ୍ୟ ନାଏକ ଏବଂ ସାଗର ଦେହୁରୀ ବୋଲି ଜଣାପଡିଛି ।କୁମାରଡୁଙ୍ଗି ଥାନାରୁ ପୋଲିସ ଅଧିକାରୀ ଅନିକେତ କୁମାର,ଏ,କେ ସାହ, ଜୟରାମ ପ୍ରସାଦ,ଓ ପ୍ରକାଶ କୁମାର ତୁରୁମୁଙ୍ଗା ଥାନା କୁ ଆସି ଘଟଣାର ତଦନ୍ତ ସହ ଆସାମୀ ମାନଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଆସାମୀ ଘଟଣା ସ୍ଥଳରୁ ଫେରାର ଥିବା ଜଣାପଡିଛି

Comments are closed.