ନାବାଳିକାଙ୍କ ସନ୍ଦେହ ଜନକ ମୃତ୍ୟୁ

ପାଟଣା: ପାଟଣା ଢେଙ୍କିକୋଟ କୁଦରବେଡା ସାହିରେ ନିଜ ମାମୁଁ ଘରେ ରହି ପାଠ ପଢୁଥିବା ଖୁଣ୍ଟାପଡା ଗ୍ରାମର ଦେବଯାନୀ ଦଳେଇ (୧୧) ନାମ୍ନୀ ଜଣେ ନାବାଳିକା ସନ୍ଦେହ ଜନକ ଭାବେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମାମୁଁ ଘର ଲୋକେ ବାହାରେ କାମରେ ବ୍ୟସ୍ତ ଥିବା ସମୟରେ ଘର ଭିତରେ ଦେବଯାନୀ ଫାଶି ଲଗାଇ ଦେଇଥିଲେ । ଘର ଲୋକେ ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଘଟଗାଁ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦେବଜାନୀଙ୍କ ବାପା ପୂର୍ବରୁ ମୃତ୍ୟୁ ବରଣ କରିଥିବା ଜଣାପଡିଥିବା ବେଳେ ଘଟଗାଁ ପୁଲିସ ମୃତ ଦେବଯାନୀର ମାଆ ସୁବାସିନି ଦଳେଇଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରୁଛି। ତେବେ ଦେବଯାନୀର ଶବ ଘଟଗାଁ ମେଡିକାଲରେ ପଡିରହିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

Comments are closed.