ପାଟଣା ବ୍ଲକରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପର୍କ ଶିବିର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ପରିସରରେ ମୋ ସରକାର ଅନ୍ତର୍ଗତ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏକ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ କୁମାର ବଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମ୍ପର୍କ ଶିବିରରେ କେନ୍ଦୁଝର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ମୁର୍ମୁ , ସ୍ୱତନ୍ତ୍ର ଅଧିକାରୀ ସମନ୍ଵିତ ଆଦିବାସୀ ସଂସ୍ଥା ସଞ୍ଜୁ ଦାଶ, ଜିଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାଶ, ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ , ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାଏକ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ , ପାଟଣା କୃଷି ଅଧିକାରୀ ପରେଶ ଦାଶ , ପାଟଣା ପଶୁ ଚିକିତ୍ସା ଅଧିକାରୀ ବିଜୟାନନ୍ଦ ସେଠୀ , ପାଟଣା ବନ୍ୟାପାଳ ସନ୍ତୋଷ କୁମାର ପହି ପ୍ରମୁଖ ଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଓ ୨୩ ନଂ ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇଥିଲେ । ସରକାରଙ୍କ ତରଫରୁ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ସରକାରଙ୍କ ଯୋଜନାକୁ ଆଦିବାସି ଜନଜାତି ବର୍ଗର ଲୋକେ କିପରି ଲାଭ ଉଠାଇ ପାରିବେ ଓ ଯୋଜନାର ସଫଳ ରୂପାୟନ ହୋଇପାରିବ ସେ ସମ୍ପର୍କରେ ଲୋକଙ୍କୁ ବୁଝାଇ ଥିଲେ । ବିଭିନ୍ନ ବିଭାଗ ତରଫରୁ କୃଷି ମତ୍ସ୍ୟସମ୍ପଦ, ପଶୁ ସମ୍ପଦ, ଜାତୀୟ ମାଣ୍ଡିଆ ମିଶନ, ଉଦ୍ୟାନ ଓ କୃଷି ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ସହ କୃଷି , ଉଦ୍ୟାନ, ଏସଏଚଜି, ପ୍ରାଣୀ ସମ୍ପଦ ଆଦି ବିଭାଗ ପକ୍ଷରୁ ଏଠାରେ ହୋଇଥିବା ବିଭିନ୍ନ ପ୍ରଦର୍ଶନୀ ମଣ୍ଡପ ବୁଲି ଦେଖିଥିଲେ।

Comments are closed.