ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଉଦୟପୁର ନିକଟ ରାୟପୁର ଗ୍ରାମରେ ଟ୍ରାକ୍ଟର ଓଲଟି ଜଣେ ଚାଳକର ମୃତ୍ୟୁ ଘଟିଛି । ମୃତ ଚାଳକ ରାୟପୁର କେନ୍ଦୁବେଡା ସାହିର ସିତାରାମ ମହାନ୍ତଙ୍କ ପୁଅ ଶ୍ରୀତମ ମହାନ୍ତବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଶ୍ରୀତମ ଟ୍ରାକ୍ଟରରେ ବାଲି ବୋଝେଇ କରି ଯାଉଥିବା ବେଳେ ଆଜି ମଧ୍ୟାହ୍ନରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟରରେ ଶ୍ରୀତମ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ମୃତ ଚାଳକଙ୍କ ଅଜା ଚନ୍ଦ୍ର ମୋହନ ମହାନ୍ତ ଥାନାରେ ଜଣାଇବା ପରେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

Comments are closed.