ମହୁମାଛି ଆକ୍ରମଣରେ ଶିକ୍ଷକ ମୃତ

ପାଟଣା : ପାଟଣା ଥାନା ଅନ୍ତର୍ଗତ ସରସକୋଲା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଦୈତାରି ବେହେରା ମଙ୍ଗଳବାର ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଦୈତାରି ବେହେରା ନିଜ ଘରୁ ବାଇକ ଯୋଗେ ପାଟଣା ଆସୁଥିବା ସମୟରେ ଗୁଳୁଦିପଶି ନିକଟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ତାଙଅଖଉ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Comments are closed.