ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କାର : ୧ମୃତ , ୪ଗୁରୁତର

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ସାନବରବେଡା ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଧକ୍କା ଦେଇଛି ମାରୁତି ସ୍ବୁଇପ୍ଟ ଡିଜାୟାର କାର। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ସଦର ଥାନା ଅନ୍ତର୍ଗତ କାଠବାରୀ ଗ୍ରାମର ଦାସ ମୁଣ୍ଡା ବୋଲି ଜଣାପଡିଛି। ଅନ୍ୟ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାବେଳେ ସମସ୍ତ ଗୁରୁତର ଆହତ ମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ,  ସୋମବାର ଅପରାହ୍ନରେ ଘଟଗାଁରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ (ଓଡି ୦୯ଏଚ୍ ୨୩୪୭) ନମ୍ବର ବିଶିଷ୍ଟ ଯାତ୍ରୀବାହୀ ଅଟୋକୁ ପଛରୁ ଆସୁଥିବା  ଓଡି ୦୨ଏଏସ୍୫୧୨୯) ନମ୍ବର ବିଶିଷ୍ଟ ଏକ ସୁଇପ୍ଟ ଡିଜାୟାର କାର ଧକ୍କା ଦେଇଥିଲା । ଫଳରେ ଅଟୋରେ ଥିବା ଜଣେ ଯାତ୍ରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ଢେଙ୍କିକୋଟ ଓ ଘଟଗାଁ ପୋଲିସ ପହଞ୍ଚି ଟୋଲଗେଟ୍ ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଅଟୋରେ ୧୩ଜଣ ଯାତ୍ରୀ ଥିବା ଜଣାପଡିଛି ।

 

Comments are closed.