ଘରେ ପଶି ଟଙ୍କା ଗହଣା ଲୁଟ ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା କଲେଜ ସାହିରେ ପ୍ରଭାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ମଙ୍ଗଳବାର ଦୁର୍ବୃତ୍ତମାନେ ଘରର ଗ୍ରୀଲ ଭାଙ୍ଗି ଟଙ୍କା ଓ ଗହାଣା ଲୁଟ କରିଥିବା ଜଣାପଡ଼ିଛି । ଏ ନେଇ ବ୍ୟବସାୟୀ ପ୍ରାଭାକର ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ବ୍ୟବସାୟୀଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଗଡରେଜ ଭାଙ୍ଗି ୧୮ ହଜାର ଟଙ୍କା ସହ ଗୋଟିଏ ମଙ୍ଗଳସୂତ୍ର, ୨ ହଳ କାନଫୁଲ, ୨ ଟି ସୁନା ମୁଦି, ଦୁଇ ହଳ ପାଉଁଜି ଚୋରୀ ହୋଇ ଯାଇଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଲରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.