ଭିନ୍ନଭିନ୍ନ ଘରୁ ଦିଅର ଓ ଭାଉଜଙ୍କ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନୂଆବନ୍ଧ ଗାଁରେ ଥିବା ଦୁଇଟି ଭିନ୍ନଭିନ୍ନ ଘରୁ ଜଣେ ବିବାହିତ ମହିଳା ଓ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଯୁବକ ହେଲେ ନୂଆବନ୍ଧ ଗ୍ରାମର ରାବଣ ନାଏକ ପୁଅ ସଞ୍ଜୟ ନାଏକ ଓ ମହିଳା ଜଣଙ୍କ ହେଲେ ଚନ୍ଦ୍ର ଶେଖର ନାଏକ ପତ୍ନୀ ପୁଷ୍ପଲତା ନାଏକ।

ସୂଚନା ଅନୁଯାୟୀ, ସଞ୍ଜୟ ଓ ପୁଷ୍ପଲତା ଉଭୟ ସମ୍ପର୍କରେ ଦିଅର ଭାଉଜ ବୋଲି ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ପାଟଣା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ପାଖରୁ ଗୋଟିଏ କୀଟନାଶକ ବୋତଲ ମିଳିଥିବା ବେଳେ ପ୍ରଥମିକ ତଦନ୍ତରୁ ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି । ତେବେ ଶବ ବ୍ୟବଚ୍ଛେଦ ହେବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି ।

Comments are closed.