ଦେହରେ ଗରମ ପାଣି ପଡି ନାବାଳକ ଗୁରୁତର

ପାଟଣା : କରୋନା କଟକଣା ସତ୍ତ୍ବେ ଗଣପର୍ବ ରଜ ପାଇଁ ଚାରିଆଡେ ଆନନ୍ଦ ଉଲ୍ଲାସ ଥିବା ବେଳେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖଡ଼ିକାପଦା ପଞ୍ଚlୟତ ଗୋହିରା ସାହିରେ ଘଟିଛି ଅଘଟଣ। ଗ୍ରାମରେ ରଜ ପର୍ବ ପାଇଁ ଆଦିବାସୀ ମୁଣ୍ଡା ସଂପ୍ରଦାୟର ଲୋକମାନେ ଘୁଷୁରୀ ମାଂସ କାଟିବା ପାଇଁ ଏକ ହାଣ୍ଡିରେ ପାଣି ଗରମ କରିଥିଲେ । ଅସାବଧାନତା ବସତ ଜଣେ ନାବାଳକ ଦେହରେ ଗରମ ପାଣି ପଡିଯିବାରୁ ନାବାଳକ ଜଣକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାଟଣା ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ନାବାଳକ ଜଣକ ଗ୍ରାମର ମଙ୍ଗଲା ମୁଣ୍ଡାଙ୍କ ପୁଅ ରାସ ମୁଣ୍ଡା ବୋଲି ଜଣାପଡିଛି ।

Comments are closed.