ତୁରୁମୁଙ୍ଗା ଏସ୍.ବି.ଆଇ ଏଟିଏମରୁ ବାହାରୁଛି କଣା ନୋଟ୍

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଠାରେ ଥିବା ଏସ୍.ବି.ଆଇ ଏଟିଏମ୍ ରୁ କଣା ନୋଟ ବାହାରୁ ଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ଏସ୍.ବି.ଆଇ ଶାଖା ପରିଚାଳକଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ ସେ ସମସ୍ୟାର ସମାଧାନ ନଦେଖାଇ ହାତ ଟେକି ଦେଇଛନ୍ତି । ଖବରରୁ ପ୍ରକାଶ ଯେ ତୁରୁମୁଙ୍ଗା ନିକଟସ୍ଥ ଜଯପଶି ବିଦ୍ୟାଳୟର ଶିକ୍ଷକ ତଥା ସହାରପଡା ବ୍ଲକ ଖଜିରାପାଟ ବାସିନ୍ଦା ଚିତ୍ରସେନ ମହାନ୍ତ ମଙ୍ଗଳବାର ଅପରାହ୍ନରେ ବିଦ୍ୟାଳୟରୁ ଘରକୁ ଫେରିବା ସମୟରେ ତୁରୁମୁଙ୍ଗା ଏସ୍.ବି.ଆଇ ଏଟିଏମ୍ ରୁ ୧୦ହଜାର ଟଙ୍କା ଉଠାଇଥିଲେ । ଟଙ୍କା ଏଟିଏମ୍ ରୁ ବାହାରିବା ପରେ ଏହାକୁ ଗଣୁଥିବା ସମୟରେ ମୋଟ ୨୦ଟି ପାଞ୍ଚ ଶହ ଟଙ୍କିକିଆ ନୋଟ ମଧ୍ୟରୁ ୧୬ଟି ପାଞ୍ଚ ଶହ ଟଙ୍କିଆ ନୋଟ ରେ ଗାନ୍ଧୀ ଫଟୋ ଚିତ୍ର କୁ ଲାଗି ବଡ ବଡ କଣା ଥିବା ଦେଖାଯାଇଥିଲା । ଏନେଇ ବ୍ୟାଙ୍କରେ ଅଭିଯୋଗ ହେବାରୁ ବ୍ୟାଙ୍କ କତ୍ତୃପକ୍ଷ ଏଟିଏମ୍ ତାଙ୍କ ନିୟନ୍ତ୍ରଣ ରେ ନଥିବା ଉତ୍ତର ଦେଇଥିଲେ।

Comments are closed.