ଅବକାରୀ ବିଭାଗର ଚଢ଼ାଉ ; ୮୪ଲିଟର ମଦ ଜବତ , ୩ଗିରଫ

ପାଟଣା: କେନ୍ଦୁଝର ଜିଲା ଘଟଗାଁ ଓ ପାଟଣା ଅବକାରୀ ବିଭାଗର ମିଳିତଭାବ ଚଢାଉ କରି ୮୪ ଲିଟର ମଦ ଜବତ କରିବା ସହ ୩ଜଣ ଚୋରା ମଦ ବେପାରିଙ୍କୁ ଗିରଫ କରିଛି । ୩ ଜଣ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଅନିଲ ମୁଣ୍ଡା, ଦୟାନିଧି ଜୁଆଙ୍ଗ ଓ ମଣ୍ଟୁ ଜୁଆଙ୍ଗ ।

 ସୂଚନା ଅନୁଯାୟୀ ,  ଚୋରା ମଦ କାରବାର ନେଇ କୌଣସି ସୂତ୍ରରୁ ଖବର ପାଇ ଘଟଗାଁ ବ୍ଲକ ଅନ୍ତର୍ଗତ ସୁମଗିରି ଗ୍ରାମ, ରଙ୍ଗମାଟିଆ ଗ୍ରାମ ଓ ବାଙ୍କପାଟୁଳି ହାଟରେ ପାଟଣା ଓ ଘଟଗାଁ ଅବକାରୀ ବିଭଗା ମିଳିତ ଭାବେ ଚଢାଉ କରିଥିଲେ। ଚଢାଉ ସମୟରେ ଅବକାରୀ ବିଭାଗ ୮୪ ଲିଟର ଦେଶୀ ମଦ ଜବତ କରିବାସହ ସମ୍ପୃକ୍ତ ଅଭିଯୁକ୍ତ ଅନିଲ , ଦୟାନିଧି , ମଣ୍ଟୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ଘଟଗାଁ ଅବକାରୀ ବିଭାଗ ଅଧିକାରୀ ଜଗନ୍ନାଥ ମିଶ୍ର, ପାଟଣା ଅବାକାରୀ ବିଭାଗ ଅଧିକାରୀ ଦିଲିପ କୁମାର ତାଣ୍ଡିଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ଥିଲେ ।

Comments are closed.