ଜାତୀୟ ସ୍ଵାସ୍ଥ୍ୟ ମିଶନ କାୟାକଳ୍ପ ପ୍ରତିନିଧିଙ୍କ ପରିଦର୍ଶନ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ତିନୋଟି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି ଜାତୀୟ ସ୍ଵାସ୍ଥ୍ୟ ମିଶନ କାୟାକଳ୍ପ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି । ତୁରୁମୁଙ୍ଗା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ରାଜନଗର ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ କେନ୍ଦେଇପଶି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ଯୋଗ୍ୟତା ପାଇଁ ଏହି ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି । କାୟାକଳ୍ପ ପୁରସ୍କାର ପାଇବା ପାଇଁ ଏହି ତିନି ଡାକ୍ତରଖାନା  ମଧ୍ୟରୁ ଶ୍ରେଷ୍ଠତ୍ବ ରଖୁଥିବା ଗୋଟିଏ ଡାକ୍ତରଖାନା ଚୟନ ପରିଦର୍ଶନର ଉଦ୍ଦେଶ୍ୟ ଥିଲା । ଡିପିଏମ ଦିଲିପ ଦୁବେ,  ଡିସିପି ରଞ୍ଜନ ଜେନା ଏହି ଟିମରେ ଥିଲା ବେଳେ ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ବିପିଏମ ଦିପକ କୁମାର ନାୟକ ଏମାନଙ୍କ ସହ ତିନି ଡାକ୍ତରଖାନା ପରିଦର୍ଶନ କରିଥିବା ବେଳେ ସମସ୍ତ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀମାନେ ଏହି ପ୍ରତିନିଧି ଦଳକୁ ଡାକ୍ତରଖାନା ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରିଥିଲେ।

Comments are closed.