ପାତାଳୀ ଶ୍ରକ୍ଷେତ୍ରରେ ନାଗାର୍ଜୁନ ବେଶ ସମ୍ପନ୍ନ

ବୀରମହାରାଜପୁର: ସୋନପୁର ଜିଲ୍ଲା ଅନ୍ତର୍ଗତ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇଠାରେ ଆଜି ଦ୍ବାଦଶୀ (ମଳ) ତିଥିରେ ଶ୍ରୀଜୀଉମାନଙ୍କ ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ କୋଭିଡ-୧୯ କଟକଣା ମଧ୍ୟରେ ଶ୍ରୀଜୀଉମାନଙ୍କ ବିରଳ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଥିଲା। ଶନିବାର ତ୍ରୟୋଦଶୀ ତିଥିରେ ଏଠାରେ ତ୍ରିବିକ୍ରମ ବେଶ, ରବିବାର ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀ ନୃସିଂହ ବେଶ ଓ ସୋମବାର ପୂର୍ଣ୍ଣିମା ତିଥିରେ ରାଜା ରାଜେଶ୍ୱରୀ ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ପାତାଳୀ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.