ବେଆଇନ ବାଣ କାରଖାନାରେ ଚଢଉ; ପୁରା ଗାଁ ସିଲ୍‍

0

କଟକ : କଟକ ଜଗତପୁର ସ୍ଥିତ ତ୍ରିଲୋଚନପୁର ଗାଁରେ ବେଆଇନ ବାଣ କାରଖାନା ଉପରେ କମିଶନରେଟ୍‍ ପୁଲିସ୍‍ ରବିବାର ଚଢଉ କରିଛି। ବିପୁଳ ପରିମାଣର ବାଣ ଜବତ କରିବା ସହ ପୁରା ଗାଁକୁ ପୁଲିସ୍‍ ସିଲ୍‍ କରିଛି। ଗାଁରେ ଏକାଧିକ ବାଣ କାରଖାନା ରହିଛି। ଏହି ସବୁ କାରକାନା ବେଆଇନ ଭାବେ ଚାଲୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ , ୧୧ଟି ଟ୍ରାକ୍ଟର ଭର୍ତ୍ତି ବାଣ ଗାଁରୁ ଜବତ ହୋଇଛି। ଏହା ଛଡ଼ା ବାଣ ପ୍ରସ୍ତୁତକାରୀ ଯନ୍ତ୍ରାଂଶ ମଧ୍ୟ ଜବତ କରାଯାଇଛି। ପୁଲିସ୍‍ ର କାର୍ଯ୍ୟାନୁଷ୍ଠାନ ପରେ ଗାଁରେ ଉତ୍ତେଜନା ଦେଖା ଦେଇଛି। ସୁରକ୍ଷା ଦୃଷ୍ଟିରୁ ପୁଲିସ୍‍ ଫୋର୍ସ ଗାଁରେ ମୃତୟନ ହୋଇଛି ।

Leave A Reply