ବସ୍‍ ଦୁର୍ଘଟଣା: ୪୦ଯାତ୍ରୀ ଜୀବନ୍ତ ଦଗ୍ଧ

0

ହରାରେ : ଜିମ୍ବାବ୍‍ୱେ ରାଜଧାନୀ ହରାରେଠାରୁ ପ୍ରାୟ ୫୦୦କିମି ଦୂର ଗ୍ୱାଣ୍ଡା ନିକଟରେ ମର୍ମନ୍ତୁଦ ବସ୍‍ ଦୁର୍ଘଟଣା ଘଟି ୪୦ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଥିଲାବେଳେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ୍‍ଟି ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଏଥିରେ ଥିବା ସମସ୍ତ ଯାତ୍ରୀ ପୋଡ଼ି ପ୍ରାଣହରାଇଛନ୍ତି। ରେଡକ୍ରସ୍‍ ପକ୍ଷରୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ।

Leave A Reply