ଆସନ୍ତାକାଲିଠୁ ଚାଲିବ ଯାତ୍ରୀବାହୀ ଟ୍ରେନ୍, ଓଡିଶାର ଏହି ୩ଟି ଷ୍ଟେସନରେ ରହିବ ଟ୍ରେନ୍…..

ଭୁବନେଶ୍ଵର : ଆସନ୍ତା ୧୨ ତାରିଖ ଅର୍ଥାତ ମଙ୍ଗଳବାରଠାରୁ ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବ। ଭାରତୀୟ ରେଲୱେ ପକ୍ଷରୁ ଏ ନେଇ ଘୋଷଣା ହୋଇଥିବାବେଳେ ସୋମବାର ଅପରାହ୍ନ ୪ଟାରୁ ଟ୍ରେନ ଟିକେଟ ବୁକିଂ ଆରମ୍ଭ ହେବ। ରାଜଧାନୀ ନୂଆଦିଲ୍ଲୀରୁ ୧୫ଟି ଷ୍ଟେସନ ମଧ୍ୟରେ ୧୫ ଯୋଡ଼ା ଅର୍ଥାତ ୩୦ଟି ଟ୍ରେନ ଚଳାଚଳ କରିବ ।

ଏହି ଟ୍ରେନ୍ ଯେଉଁ ରୁଟରେ ଯିବ , ପୁଣିଥରେ ସେହି ରୁଟରେ ଫେରିଆସିବ । ତେବେ ଭୁବନେଶ୍ୱରରୁ ୧୩ ତାରିଖରେ ଦିଲ୍ଲୀକୁ ଯିବ ଟ୍ରେନ୍‌ । ଦିଲ୍ଲୀରୁ ୧୪ରେ ଭୁବନେଶ୍ୱର ଅଭିମୁଖେ ଟ୍ରେନ୍‌ ଗଡ଼ିବ । ରାଜ୍ୟର କଟକ, ଭଦ୍ରକ ଓ ବାଲେଶ୍ବର ଷ୍ଟେସନରେ ଟ୍ରେନ୍ ରହିବ ‌ । ଓଡ଼ିଶାର ୩ଟି ଷ୍ଟେସନ ସମେତ ମୋଟ୍‌ ୧୨ଟି ଷ୍ଟେସନରେ ରହିବ ଟ୍ରେନ୍ । ହିଜଲି (ଖଡଗପୁର), ଟାଟାନଗର, ମୁରି, ବୋକାରୋ, ଗୋମୋହ, କୋଡ୍ରେମା, ଗୟା, ଡିଡି ଉପାଧ୍ୟାୟ ଜଙ୍କସନ୍‌ ଓ କାନପୁର ଷ୍ଟେସନରେ ରହିବ ଟ୍ରେନ୍‌ ।

ସୂଚନାଯୋଗ୍ୟ କେନ୍ଦ୍ର ସରକାର ଲକ୍ ଡାଉନ ମଧ୍ୟରେ ମେ ୧୨ ରୁ ରେଳ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ ଟ୍ରେନ୍ ଦେଶର ୧୫ ଟି ସହର ପାଇଁ ଦିଲ୍ଲୀରୁ ପ୍ରସ୍ଥାନ କରିବ, ଏଥିପାଇଁ ଆଜି ଅପରାହ୍ନ ୪ ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ।

Comments are closed.