କୋଲକାତା ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ବ୍ୟକ୍ତି : ଏମିତି ଜୀବନ ରକ୍ଷା କଲେ ସିଆଇଏସଏଫ୍ ଯବାନ

କୋଲକାତା : କୋଲକାତା ବିମାନବନ୍ଦରରେ ଜଣେ ବ୍ୟକ୍ତି ଛାତିରେ ଯନ୍ତ୍ରଣା ହେବାରୁ ତତକ୍ଷଣାତ୍ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ଏହାପରେ ତୁରନ୍ତ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସିଆଇଏସଏଫ୍ ଯବାନ ସେଠାରେ ପହଞ୍ଚିଥିଲେ ଏବଂ ଚେତାଶୂନ୍ୟ ହୋଇ ପଡ଼ିଯାଇଥିବା ଯାତ୍ରୀଙ୍କୁ ତୁରନ୍ତ ସିପିଆର ଦେଇ ତାଙ୍କର ଜୀବନ ରକ୍ଷା କରିଥିଲେ। ଯାତ୍ରୀଙ୍କ ନାମ ଜେ ରାୟଚୌଧରୀ ହୋଇଥିବା ଜଣାପଡ଼ିଛି।
ଏନେଇ ସିଆଇଏସଫର ସହାୟକ ସଜନସମ୍ପର୍କ ଅଧିକାରୀ ମହାନିରୀକ୍ଷକ ହେମେନ୍ଦ୍ର ସିଂହ କହିଛନ୍ତି ଯେ, ଜେ ରାୟଚୌଧରୀ ନାମକ ଜଣେ ଯାତ୍ରୀ ଗୋ ଏୟାର ନାମକ ବିମାନରେ ବାଗଡୋଗୋରା ଯାତ୍ରା କରିବାକୁ ଆସିଥିଲେ। ମାତ୍ର କୋଲକାତା ବିମାନବନ୍ଦରରେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ଚେତା ହରାଇ ତଳେ ପଡ଼ିଯାଇଥିଲେ। ତେବେ ଏହାଦେଖି ସିଆଇଏସଏଫ୍ ସବଇନସପେକ୍ଟର ପାର୍ଥ ବୋସ୍ ତୁରନ୍ତ ଯାତ୍ରୀଙ୍କ ନିକଟରେ ପହଞ୍ଚି ଅନ୍ୟ ଯବାନଙ୍କ ସହାୟତାରେ ତାଙ୍କୁ ସିପିଆର ଦେଇଥିଲେ। ଏହାପରେ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା।

Comments are closed.