ଉଜ୍‌ବେକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମହିଳା ଫୁଟ୍‌ବଲ : ଭାରତୀୟ ମହିଳା ଦଳରେ ପ୍ୟାରୀ ଓ ଜବାମଣି

କଟକ : ଏଏଫ୍‌ସି ମହିଳା ଏସିଆନ କପ୍‌-୨୦୨୨ ପ୍ରସ୍ତୁତି ଲକ୍ଷ୍ୟ ନେଇ ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ଭାରତ ଉଜ୍‌ବେକିସ୍ତାନ ବିପକ୍ଷରେ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ଖେଳିବ। ଭାରତ ଉଜ୍‌ବେକିସ୍ତାନ ବିପକ୍ଷରେ ମାର୍ଚ୍ଚ ୨୬ ଓ ଏପ୍ରିଲ ୮ରେ ୨ଟି ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ଖେଳିବ। ଏଥିପାଇଁ ଭାରତୀୟ ଦଳରେ ଓଡ଼ିଶାରୁ ଦୁଇ ଖେଳାଳି ପ୍ୟାରୀ ଖାଖା ଓ ଜବାମଣି ଟୁଡୁ ସ୍ଥାନ ପାଇଛନ୍ତି। ଜାତୀୟ ଦଳରେ ସ୍ଥାନ ପାଇଥିବା ଦୁଇ ଖେଳାଳି ପ୍ୟାରୀ ଓ ଜବାମଣିଙ୍କୁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି।

Comments are closed.