ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପର୍ତ୍ତୁଗାଲର ଦୀର୍ଘତମ ପୋଲ

କରୋନା ମହାମାରୀ ପରେ ବିଶ୍ବ ଅର୍ଥନୀତିରେ ନିଜ ସ୍ଥାନକୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରମୁଖ ରାଷ୍ଟ୍ରମାନେ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ। ପର୍ଯ୍ୟଟକଙ୍କୁ ଦେଶବିଦେଶରୁ ଆକର୍ଷିତ କରିବା ନିମନ୍ତେ ଲୋଭନୀୟ ଅଫରମାନ ମଧ୍ୟ ଘୋଷଣା କରାଯାଉଛି। ସେହି କ୍ରମରେ ଇଉରୋପୀୟ ରାଷ୍ଟ୍ର ପର୍ତ୍ତୁଗାଲ ମଧ୍ୟ ସାମିଲ ହୋଇଛି। ଚଳିତ ମାସରେ ସେଠାରେ ସର୍ବସାଧାରଣଙ୍କ ନିମନ୍ତେ ସୁଦୀର୍ଘ ପାଦଚଲା ପୋଲ ଖୋଲିବାକୁ ଯାଉଛି। ପୋଲର ଲମ୍ବ ୧୬୯୨ ଫୁଟ୍, ଏହା ବିଶ୍ବର ଦୀର୍ଘତମ ପାଦଚଲା ପୋଲ ହେବାକୁ ଯାଉଛି ବୋଲି ପର୍ତ୍ତୁଗାଲ ନଗର କର୍ତ୍ତୃପକ୍ଷ ମତ ଦେଇଛନ୍ତି। ଏହା ପୂର୍ବରୁ ସୁଇଜରଲ୍ୟାଣ୍ଡର ୧୬୨୧ ଫୁଟ୍ ଲମ୍ବ ଚାର୍ଲସ୍ କ୍ୟୁନେନ୍ ବ୍ରିଜ୍ ବିଶ୍ବର ଦୀର୍ଘତମ ପାଦଚଲା ପୋଲର ରେକର୍ଡ ସ୍ଥାପନ କରିଥିଲା। ପର୍ତ୍ତୁଗାଲର ପିଭା ନଦୀ ଉପରେ ନିର୍ମିତ ଏଇ ପାଦଚଲା ପୋଲ ୫୭୫ ଭୂମି ପତ୍ତନ ଉପରେ ରହିଛି। ଷ୍ଟିଲ୍ କେବୁଲ୍‌ରେ ତିଆରି ଏହି ମଜବୁତ୍ ପୋଲ ଦୋଳାୟମାନ ହେବ। ଏଇ ଦୀର୍ଘ ପୋଲକୁ ଅତିକ୍ରମ କରିବା ନିମନ୍ତେ ୧୦-୧୨ ମିନିଟ୍ ସମୟ ଲାଗିପାରେ। ଦୁଇଟି ବଡ଼ କଂକ୍ରିଟ୍ ଟାୱାର୍‌ ପୋଲକୁ ଦୁଇ ପାଖରୁ ଦୃଢ଼ କରି ଧରି ରଖିଛି। ୨୦୧୬ରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିବାବେଳେ ୨୦୨୦ ଜୁନ୍‌‌ରେ କାମ ଶେଷ ହୋଇଛି। ଖୁବ୍ ଶୀଘ୍ର ବିଦେଶୀ ପର୍ଯ୍ୟଟକଙ୍କ ଏହା ଖୋଲାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି। n

Comments are closed.