‘ଅଲ ଇଣ୍ଡିଆ ସିଭିଲ ସର୍ଭିସ ଭଲିବଲ ଟୁର୍ଣ୍ଣାମେଣ୍ଟ’ରେ ଭାଗ ନେଇ ଓଡ଼ିଶାର ୧୪ଜଣିଆ ପ୍ରତିନିଧିଦଳ

ଭୁବନେଶ୍ବର: ନୂଆଦିଲ୍ଲୀର ପିତମପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ‘ଅଲ ଇଣ୍ଡିଆ ସିଭିଲ ସର୍ଭିସ ଭଲିବଲ ଟୁର୍ଣ୍ଣାମେଣ୍ଟ ୨୦୨୧-୨୨’ ଜୁନ ୨୪ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ପାଇଁ ୧୪ଜଣିଆ ପ୍ରତିନିଧିଦଳ ମନୋନୀତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଅଂଶଗ୍ରହଣ କରିବେ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗୃହ ବିଭାଗର ସୂଚନା ଅନୁଯାୟୀ ମ୍ୟାନେଜର ଦେବରାଜ ନାୟକ ଏବଂ କୋଚ୍ ଦେବପ୍ରସାଦ ମିଶ୍ରଙ୍କ ଅଧୀନରେ ରଞ୍ଜନ ମେହେର, ବିଚିତ୍ର ପ୍ରଧାନ, ଦାସରଥୀ ମାଝୀ, ଚନ୍ଦନ କୁମାର ମଣ୍ଡଳ, ଜାନି ଶବର, ପ୍ରଶାନ୍ତ କୁମାର ପୃଷ୍ଟି, ସନ୍ଦୀପ ମିଶ୍ର, ଶଶିଭୂଷଣ ସାହୁ, ରାଜେଶ କୁମାର ଖଡ଼ିଆ, ଶୁଭ୍ରଜିତ ମଲ୍ଲିକ, ପ୍ରକାଶ ଚନ୍ଦ୍ର ବେହେରା ଓ ପ୍ରକାଶ ଚନ୍ଦ୍ର ରଥ ଗଠିତ ଓଡ଼ିଶା ଦଳର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କ ପାଇଁ ଜୁନ ୨୨ରୁ ୩୦ ପର୍ଯ୍ୟନ୍ତ କର୍ତ୍ତବ୍ୟରତ ଦିବସ ଭାବେ ପରିଗଣିତ ହେବ ବୋଲି ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

Comments are closed.