ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପାର୍ଥିବ ପଟେଲ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହିତ ସେ ଦୀର୍ଘ ୧୮ବର୍ଷ ଧରି କ୍ରିକେଟରେ ରହିବା ପରେ ଶେଷରେ ଅବସର ନେଇଛନ୍ତି।

୩୫ବର୍ଷୀୟ ପାର୍ଥିବ ଭାରତ ପାଇଁ ୨୫ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ଦୁଇଟି ଣ୍ଟେଣ୍ଟି-୨୦ ମ୍ୟାଚ ଖେଳିଛନ୍ତି। ଘରୋଇ କ୍ରିକେଟ୍ ରେ ସେ ଗୁଜରାଟ ପକ୍ଷରୁ ୧୯୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ସେ ୨୦୦୨ମସିହାରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଟିମ୍ ଇଣ୍ଡିଆରେ ସାମିଲ ହୋଇଥିଲେ। ଏହାପରେ ଟିମ୍ ଇଣ୍ଡିଆରେ ୨୦୦୪ରେ ଦୀନେଶ କାର୍ତ୍ତିକ ଏବଂ ମହେନ୍ଦ୍ର ସିଂହ ଧୋନି ସାମିଲ ହେବା ପରେ ପାର୍ଥିବ ଆଉ ଖେଳିବାର ସୁଯୋଗ ପାଇନଥିଲେ।

Comments are closed.