ଜୁନ୍‌ ୬ରୁ ସପ୍ତଦଶ ଲୋକସଭା ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁନ୍‌ ୬ରୁ ଆରମ୍ଭ ହେବ । ଏହା ୧୫ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁନ୍‌ ୬ରେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ଉଦ୍‌ଘାଟନ କରି ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ଅଧିବେଶନର ପ୍ରଥମ ଦିନରେ ଜଣେ କାମଚଳା ବାଚସ୍ପତିଙ୍କୁ ନିଯୁକ୍ତ କରାଯିବ । ସେ ଲୋକସଭାର ନବନିର୍ବାଚିତ ସଦସ୍ୟଙ୍କୁ ଶପଥପାଠ କରାଇବେ । ଜୁନ୍‌ ୧୦ରେ ନୂଆ ବାଚସ୍ପତି ନିର୍ବାଚନ ହେବାର ସମ୍ଭାବନା ରହିଛି । ତେବେ ମଇ ୩୦ରେ ନୂଆ ସରକାର ଶପଥ ନେବା ପରେ ୩୧ରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ଓ ସେଦିନ ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ସବି​ଶେ‌ଶଷ ନିଷ୍ପତ୍ତି ନିଆଯିବ।

Comments are closed.