ଜାତୀୟ ହୋମିଓପାଥି କମିଶନ୍‍ ବିଲ୍‍ ଓ ଭାରତୀୟ ଚିକିତ୍ସା ପଦ୍ଧତି କମିଶନ୍‍ ବିଲ୍‍ ଲୋକସଭାରେ ଗୃହିତ

ନୂଆଦିଲ୍ଲୀ :  ଜାତୀୟ ହୋମିଓପାଥି କମିଶନ୍‍ ବିଲ୍‍ ୨୦୧୯ ଓ ଜାତୀୟ ଭାରତୀୟ ଚିକିତ୍ସା ପଦ୍ଧତି କମିଶନ୍‍ ବିଲ୍‍ ୨୦୨୦ ଲୋକସଭାରେ ଗୃହିତ ହୋଇଛି। ଉଭୟ ହୋମିଓପାଥି ଚିକିତ୍ସା ଓ ଭାରତୀୟ ଚିକିତ୍ସା ପଦ୍ଧତି ପାଇଁ ଦକ୍ଷ ଡାକ୍ତର ଯୋଗାଇବା ହେଉଛି ଏହି ବିଲ୍‍ର ମୂଳ ଲକ୍ଷ୍ୟ। ଦୁଇଟି ଯାକ ବିଲ୍‍ ଗତ ମାର୍ଚ୍ଚ ମାସରେ ରାଜ୍ୟସଭାର ଅନୁମୋଦନ ଲାଭ କରିଥିଲା।

Comments are closed.