ଦିନକ ପାଇଁ ଉଭୟ ଗୃହ ମୁଲତବୀ

0

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଶୁକ୍ରବାର ପର୍ଯ୍ୟନ୍ତ ସଂସଦର ଉଭୟ ଗୃହକୁ ମୁଲତବୀ ରଖାଯାଇଛି ।

ଲୋକସଭାରେ ରାଫେଲ ପ୍ରସଙ୍ଗ, କାବେରୀ , ଚାଷୀ ପ୍ରସଙ୍ଗ, ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଅଧିନିୟମର ବ୍ୟବସ୍ଥାକୁ ଲାଗୁ କରିବା ପାଇଁ କଂଗ୍ରେସ, ବିଜେପି,ଏଆଇଏଡିଏମକେ ଏବଂ ଟିଡିପି ର ସଦସ୍ୟ ଗୃହରେ ହଟ୍ଟଗୋଳ କରିବାରୁ ଗୁରୁବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବୀ ଘୋଷଣା କରାଯାଇଥିଲା । ଅପରାହ୍ନ ବୈଠକରେ ମଧ୍ୟ ଅନୁରୂପ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ସୁମିତ୍ରା ମହାଜନ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ସେହିପରି ରାଜ୍ୟ ସଭାରେ ମଧ୍ୟ ରାଫେଲ, ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ କାବେରୀ ନଦୀ ବିବାଦ ଆଦି ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ଗୃହର ଅଧ୍ୟକ୍ଷ ଏମ୍. ଭେଙ୍କୟାନାୟିଡୁ ଗୃହକୁ ଦିନକ ପାଇଁ ମୁଲତବୀ ରଖିଛନ୍ତି ।

Leave A Reply