୮ ଦିନ ପୂର୍ବରୁ ସଂସଦ ମୁଲତବୀ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସଂସଦର ମୌସୁମି ଅଧିବେଶନକୁ ଆଗୁଆ ମୁଲତବୀ ଘୋଷଣା କରାଯାଇଛି। ଅଧିବେଶନ ଶେଷ ହେବାକୁ ଆହୁରି ୮ଦିନ ବାକି ଥିବାବେଳେ ବୁଧବାର ଉଭୟ ରାଜ୍ୟସଭା ଓ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।

ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବାକୁ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ତେବେ ଦେଶରେ କରୋନା ଭୂତାଣୁର ସଂକ୍ରମଣ ବୃଦ୍ଧିକୁ ନେଇ ଏହାକୁ କାଣ୍ଟଛାଟ କରାଯାଇଛି। ଚଳିତବର୍ଷର ମୌସୁମି ଅଧିବେଶନ ସଂସଦର ଇତିହାସରେ ଦ୍ୱିତୀୟ ଛୋଟ ଅବଧି। ଏହା ପୂର୍ବରୁ ୧୯୫୨ରେ ସବୁଠାରୁ କମ୍‍ ସମୟ ପାଇଁ ମୌସୁମି ଅଧିବେଶନ ଚାଲିଥିଲା। ଏହି ମୌସୁମି ଅଧିବେଶନରେ ରାଜ୍ୟସଭାର କାର୍ଯ୍ୟ ଶତ ପ୍ରତିଶତ ସଫଳ ରହିଛି। ସେପ୍ଟେମ୍ବର ୧୪ରୁ ୨୩ ତାରିଖ ୧୦ଦିନ ମଧ୍ୟରେ ୨୫ଟି ବିଧେୟକ ଗୃହୀତ ହେବା ସହିତ ୬ଟି ବିଧେୟକ ଆଗତ କରାଯାଇଛି।

Comments are closed.