ଚରମ ଅବହେଳାରେ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟ, ଚତୁର୍ଥ ଦିନରେ ଧାରଣା

ଗୋପାଳପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟରେ ଶିକ୍ଷା ସ୍ତର ଭିତ୍ତିକ ପଦୋନ୍ନତି ଦାବିରେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ଶାନ୍ତିପୂର୍ଣ୍ଣ ଧାରଣା ଆଜି ଚତୁର୍ଥ ଦିନରେ ପହଂଚିଛି। ୨୦୧୦ ମସିହାରେ ଦକ୍ଷିଣ ଓଡିଶାରେ ବୈଷୟିକ ଶିକ୍ଷାର ମାନ ଉନ୍ନତ କରିବା ଲକ୍ଷ୍ୟ ନେଇ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏହା ମଧ୍ୟରେ ଦୀର୍ଘ ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟପିକାମାନେ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ମହାବିଦ୍ୟାଳୟରେ ଭିତ୍ତିଭୂମି ଅଭାବ ଆଳରେ କୌଣସି ସ୍ଥାୟୀ ବ୍ୟବସ୍ଥାଗତ ପ୍ରଣାଳୀ କାର୍ଯ୍ୟକାରୀ ହେଉନଥିବା ସହ ସବୁ କର୍ମଚାରୀଙ୍କ ପ୍ରତି ଚାକିରି ସର୍ତ୍ତାବଳୀ ସମାନ ଭାବରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି। ଏଠାରେ ସମସ୍ତ କାମ ଅହେତୁକ ଭାବରେ ବିଳମ୍ବିତ ସମ୍ପାଦିିିତ ହେଉଥିିବା ମଧ୍ୟ ଅଭିଯୋଗ ହୋଇଛି ।

ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସାଧାରଣ ଏନପିଏସ ଆକାଉଣ୍ଟ ଖୋଲିବାରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ୭ ବର୍ଷ ସମୟ ନେଇଥିଲେ, ଏହାକୁ ନେଇ କର୍ମଚାରୀମାନେ ଧର୍ମଘଟ କରିବାରୁ କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକାରୀ କରିଥିଲେ। ସେହିପରି ଏଠାରେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକାମାନେ ୨୦୧୭ ମସିହାରୁ ଶିକ୍ଷା-ସ୍ତର ଭିତ୍ତିକ ପଦୋନ୍ନତିର ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ଚିତ ହେଇଛନ୍ତି। କିନ୍ତୁ ରାଜ୍ୟର ଅନ୍ୟ ସମସ୍ତ ସମକାଳୀନ ଶିକ୍ଷାନୁଷ୍ଠାନ ଜିଇସି କଳାହାଣ୍ଡି ଓ ସାରଗଂ ଯାନ୍ତ୍ରିକ ମହାବିଦ୍ୟାଳୟରେ ଏହି ବ୍ୟବସ୍ଥାକୁ ନିୟମିତ ବ୍ୟବଧାନରେ କାର୍ଯ୍ୟକାରୀ କରିଛନ୍ତି।

ସୂଚନା ଯୋଗ୍ୟ ଯେ ମହାବିଦ୍ୟାଳୟ କର୍ତ୍ତପକ୍ଷଙ୍କ ଅବହେଳା ଯୋଗୁଁ ୨୦୧୭ ମସିହାରେ ମହାବିଦ୍ୟାଳୟରେ କାର୍ଯ୍ୟରତ ଜଣେ ଅଧ୍ୟାପକ ଭୋଳାନାଥ ସିଂ ଙ୍କର ମୃତ୍ୟୁ ଘଟିଥିବା ଯୋଗୁଁ ସେ ଶିକ୍ଷା ସ୍ତର ଭିତ୍ତିକ ପଦୋନ୍ନତି ପାଇବାରୁ ବଂଚିତ ରହିବା ସହ ଆର୍ଥିକ ଲାଭ ପାଇନଥିବା ଜଣାପଡିଛି। ମହାବିଦ୍ୟାଳୟରେ ଲାଗି ରହିଥିବା ଏହି ସମସ୍ୟାକୁ ନେଇ ଅଧ୍ୟାପକମାନଙ୍କ ମଧ୍ୟରେ ଅଶାନ୍ତିର ବାତ୍ତାବରଣ ସୃଷ୍ଟି ହୋଇଥିବା ବେଳେ, କଲେଜ୍ କର୍ତ୍ତୃପକ୍ଷ କିନ୍ତୁ ବିଭିନ୍ନ ସମୟରେ କେବଳ ବିଭିନ୍ନ ଫର୍ମାଟରେ ଶିକ୍ଷକମାନଙ୍କୁ କେବଳ ଆବେଦନ ମଗାଇ ସମୟ ଗଡାଉଥିବା ଅନେକ ଶିକ୍ଷକ ଅଭିଯୋଗ କରିଛନ୍ତି। ଏହି ସବୁ ସତ୍ତ୍ବେ ଶିକ୍ଷକ ମାନେ ମହାବିଦ୍ୟାଳୟ ପକ୍ଷରୁ ଜାରି ସବୁ ଆଦେଶକୁ ପାଳନ କରିବା ସହ ନିଜ ଅଧିକାରରୁ ବଞ୍ଚିତ ଜନିତ ଅଶାନ୍ତି ଓ କର୍ତ୍ତୁପକ୍ଷଙ୍କ କାଳକ୍ଷେପଣ ନୀତି ବିରୋଧରେ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ନିଜ ନିଜ ଶୈକ୍ଷିକ ଦାୟିତ୍ଵ ନିର୍ବାହ କରିବା ସହିତ ଗତ ୧୫ ତାରିଖ ଠାରୁ ଶାନ୍ତିପୂର୍ଣ୍ଣ ଧାରଣାରେ ମହାବିଦ୍ୟାଳୟ ପରିସରରେ ଆରମ୍ଭ କରିଛନ୍ତି। ଏହି ସମସ୍ୟାର ଯଥାଶୀଘ୍ର ସ୍ଥାୟୀ ସମାଧାନ ନହେଲେ ଭବିଷ୍ୟତରେ ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନରେ ବାଧା ଉପୁଜିବ ବୋଲି ଆନ୍ଦୋଳନ କରୁଥିବା ଶିକ୍ଷକମାନେ ଜଣାଇଛନ୍ତି।

ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ରଞନ କୁମାର ସ୍ବାଇଁଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି କର୍ମଚାରୀଙ୍କ ସମସ୍ତ ଦାବିକୁ ଉଚ୍ଚକର୍ତ୍ତୁପକ୍ଷଙ୍କୁ ଠିକ ସମୟରେ ଅବଗତ କରାଯାଇଛି। ଏହା ମଧ୍ୟରେ ଗତ ଜାନୁଆରୀରେ ମହାବିଦ୍ୟାଳୟକୁ ସୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଏହା ନେଇ ବୋର୍ଡ ବୈଠକରେ ଉପସ୍ଥାପନ କରାଯିବା ସହ କର୍ମଚାରୀଙ୍କ ଦାବି ପୂରଣ କରାଯିବ ବୋଲି ମତପ୍ରକାଶ କରିଥିଲେ।

Comments are closed.