ରାଜଧାନୀରେ ଖୋଲିଲା ପାର୍କ; ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ

ଭୁବନେଶ୍ବର: ରବିବାରଠାରୁ ଖୋଲିଛି ଭୁବନେଶ୍ବର ମହାନଗର ଅଞ୍ଚଳରେ ଥିବା ପାର୍କ । ପାଖାପାଖି ୨ ମାସ ପରେ ପାର୍କଗୁଡ଼ିକୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି । ପାର୍କ ଖୋଲାଯିବା ପରେ ଲୋକମାନେ ଜଗିଂ, ବ୍ୟାୟାମ କରୁଥିବା ଦେଖାଯାଇଛି । ତେବେ ବିଭିନ୍ନ ପାର୍କ ସମ୍ମୁଖରେ ଏଥିପାଇଁ ଆବଶ୍ୟକୀୟ ସୂଚନା ଓ ସତର୍କତା ଜାରି କରାଯାଇଥିବା ନୋଟିସ ଲାଗିଛି । ପାର୍କରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । ପାର୍କ ଖୋଲିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ମାର୍ଚ ୨୩ ତାରିଖରେ ଲକ୍ଡ଼ାଉନ ପରଠାରୁ ପାର୍କଗୁଡ଼ିକୁ ବନ୍ଦ କରାଯାଇଥିଲା । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଥିଲା । ମାତ୍ର ଲକଡ଼ାଉନ ପର୍ଯ୍ୟାୟ ଯେତିକି ଆଗକୁ ବଢ଼ୁଛି କଟକଣା ସେତେ କୋହଳ ହୋଇଛି । ଗତ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଘୋଷିତ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ସମୟରେ ବହୁ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ଏହି କ୍ରମରେ ଆଜିଠାରୁ ରାଜଧାନୀର ପାର୍କ ଖୋଲିଥିବା ଦେଖାଯାଇଛି ।

Comments are closed.