ଆସନ୍ତାକାଲିଠାରୁ ଟ୍ବିନ୍ ସିଟିର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ବର: ମହାମାରୀ ‘କରୋନା’ର ଭୟାବହତାକୁ ଦୃଷ୍ଟିରେ ରଖି ରବିବାରଠାରୁ ଟ୍ୱିନ୍ ସିଟିରେ ସମସ୍ତ ପାର୍କ ବନ୍ଦ ରହିବ। ଆସନ୍ତାକାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ବରରେ ଥିବା ସମସ୍ତ ପାର୍କ ବନ୍ଦ ରହିବ ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ସମସ୍ତ ସରକାରୀ ଓ ଘରୋଇ ମାଲିକାନାରେ ଥିବା ପାର୍କଗୁଡ଼ିକ ବନ୍ଦ ରହିବ। କରୋନା ଭାଇରସ୍ ମୁକାବିଲା ନେଇ ବିଏମ୍‌ସି ଓ ସିଏମ୍‌ସି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

 

Comments are closed.