ରାଜଧାନୀରେ ଆଜିଠୁ ଖୋଲିଲା ପାର୍କ

ଭୁବନେଶ୍ଵର : ଆଜିଠୁ ରାଜଧାନୀ ଭୁବନେଶ୍ଵରରେ ସର୍ବସାଧାରଣଙ୍କ ପାଇଁ ପାର୍କ ଖୋଲା ଯାଇଛି । ରାଜଧାନୀର କିଛି ପାର୍କ ପରୀକ୍ଷାମୂଳକ ଭାବେ ଆଜି ବିଏମସି ପକ୍ଷରୁ ଖୋଲାଯାଇଛି । ଭୁବନେଶ୍ବରର ଫରେଷ୍ଟ ପାର୍କ,ଆଇଜି ପାର୍କ ଏବଂ ବୁଦ୍ଧ ପାର୍କ ସର୍ବସାଧାରଣଙ୍କ ଉଦେଶ୍ୟରେ ଖୋଲା ଯାଇଛି । ତେବେ ପାର୍କ ଖୋଲିବା ନେଇ କିଛି ଗାଇଡଲାଇନ ଜାରି କରାଯାଇଛି। ଏପରିକି ପାର୍କ ଖୋଲିବା ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏଣିକି ସକାଳ ୭ରୁ ଦିନ ୧୦ ଓ ଅପରାହ୍ଣ ୪ରୁ ସନ୍ଧ୍ୟା ୬ଯାଏଁ ପାର୍କ ଖୋଲା ରହିବ। ପାର୍କରେ ସମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଛେପ ପକାଇବା, ବାୟାମ ଉପକରଣ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

 

Comments are closed.