ଢେଙ୍କାନାଳ ଡ଼ମୋଳ ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୨ବଖରା ଘର

ପରଜଙ୍ଗ : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଡ଼ମୋଳ ଗାଁରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୨ବଖରା ଚାଳିଆ ଘର ଜଳିଯାଇଥିବା ଜଣାପଡିଛି ।

ସୂଚନା ମୁତାବକ, ଡ଼ମୋଳ ଗ୍ରାମର ବିଷ୍ଣୁସେନ ବେହେରାଙ୍କ ଘରେ ବିରୁଡ଼ି ବସାବନ୍ଧି ରହିଥିଲେ । ଘରୁ ବିରୁଡ଼ି ବସା ହଟାଇବା ପାଇଁ ବିଷ୍ଣୁସେନ ଅପରାହ୍ନରେ ନିଆଁ ହୋଳ। ଲଗାଇଥିଲେ । ବିଷ୍ଣୁଙ୍କ ଅସାବଧାନତା କାରଣରୁ ନିଆଁ ହୋଳ। ଘର ଚାଳିଆରେ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ବିଷ୍ଣୁଙ୍କର ୨ବଖରା ଜଳିଯାଇଛି। ଅଗ୍ନିକାଣ୍ଡ ଖବରପାଇଁ ପରଜଙ୍ଗ ଅଗ୍ନିସମସେବା ସଂସ୍ଥା କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ ନିଆଁକୁ ଲିଭାଇଥିଲେ ।ଅଗ୍ନିକାଣ୍ଡରେ ବିଷ୍ଣୁଙ୍କ ଆସବାବପତ୍ର ପୋଡିଯାଇଛି । ପରଜଙ୍ଗ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରି ବିପନ୍ନ ପରିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.