ପରିକ୍ରମାର ମହତ୍ତ୍ୱ ଓ ନିୟମ

ମନ୍ଦିରରେ ହେଉ ଅଥବା ଗୃହରେ ପୂଜାପାଠ କରିବା ସମୟରେ ଭଗବାନଙ୍କୁ ଧ୍ୟାନରେ କରି ପରିକ୍ରମା କରିବା ଉଚିତ। ପରିକ୍ରମା ହେଉଛି ଯେକୌଣସି ଦେବାଦେବୀଙ୍କ ପୂଜାର ଏକ ଗରୁତ୍ୱପୂର୍ଣ୍ଣ ଅଙ୍ଗ। ପରିକ୍ରମା କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଜାଣନ୍ତୁ ପରିକ୍ରମାର ନିୟମ ….
ମୂର୍ତ୍ତି ଏବଂ ମନ୍ଦିରର ପରିକ୍ରମା ନିଜର ଦକ୍ଷିଣହସ୍ତ ଯେଉଁ ପଟେ ସେହି ଦିଗରେ କରିବା ଉଚିତ। ଯେଉଁ ପ୍ରକାରେ ଘଣ୍ଟା ଚାଲେ ସେଭଳି ପରିକ୍ରମା କରିବା ଉଚିତ।
ବାମହସ୍ତ ଦିଗରେ ପରିକ୍ରମା କରିବା ଦ୍ୱାରା ଦ୍ୱାରା ସକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ତେଣୁ ଏହି ଦିଗରେ ପରିକ୍ରମା କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ପରିକ୍ରମା ସମୟରେ ସର୍ବଦା ଭବାନଙ୍କ ନାମ ସ୍ମରଣ କରନ୍ତୁ।
କେଉଁ ଦେବାଦେବୀଙ୍କର କେତେଥର ପ୍ରାର୍ଥନା କରିବା ଉଚିତ –
ସୂର୍ଯ୍ୟ ଦେବଙ୍କର ୭ ଥର ପରିକ୍ରମା କରିବା ଉଚିତ।
ଶ୍ରୀଗଣେଶଙ୍କର ୩ ଥର ପରିକ୍ରମା କରିବା ଉଚିତ।
ପ୍ରଭୁ ବିଷ୍ଣୁ ଓ ତାଙ୍କ ଅନ୍ୟ ଅବତାରଙ୍କର ୪ ଥର ପରିକ୍ରମା କରିବା ଉଚିତ।
ମା’ଦୁର୍ଗାଙ୍କର ଥରେ ପରିକ୍ରମା କରିବା ଉଚିତ।
ଶିବଲିଙ୍ଗଙ୍କ ନିକଟରେ ଅଧା ପରିକ୍ରମା କରିବା ଉଚିତ।
ପ୍ରଭୁ ହନୁମାନଙ୍କର ୩ଥର ପରିକ୍ରମା କରିବା ଉଚିତ।

Comments are closed.