ପଟିଆ ଡିଗ୍ରୀ କଲେଜ ବଗିଚାରେ ଫୁଟିଲା ସ୍ବର୍ଗର ପାରିଜାତ ଫୁଲ

ଭୁବନେଶ୍ୱର : ପଟିଆ ରାଜା ମଧୁସୂଦନ ଡିଗ୍ରୀ କଲେଜ ବଗିଚାରେ ପାରିଜାତ ଫୁଲ ଫୁଟିଛି, ଯାହାକୁ ସ୍ୱର୍ଗର ପାରିଜାତ ଫୁଲ ବୋଲି କୁହାଯାଉଛି। କଲେଜ ବଗିଚାରେ ପାରିଜାତ ଫୁଲ ଫୁଟିବା ଦେଖି କର୍ତ୍ତୃପକ୍ଷ ଖୁସି ଜାହିର କରିବା ସହିତ ପାରିଜାତ ଫୁଲ ଫୁଟିବା ଶୁଭଙ୍କର ଲକ୍ଷଣ ବୋଲି କହିଛନ୍ତି। ଅଧ୍ୟକ୍ଷ ପ୍ରଶାନ୍ତ ରାଉତ କହିଛନ୍ତି ଯେ ୨୦୧୧ରେ ଏକ ପାରିଜାତ ଫୁଲ ଚାରା ଆଣି ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖ ବଗିଚାରେ ଲଗାଯାଇଥିଲା। ୨୦୧୬ରେ ଦୁଇଟି ପାରିଜାତ ଫୁଲ ଫୁଟିଥିଲା। ଏହାର ୪ ବର୍ଷ ପରେ ପୁଣି ୨ଟି ପାରିଜାତ ଫୁଲ ଫୁଟିଛି। ବର୍ତ୍ତମାନ କରୋନା ମହାମାରୀ ସମୟରେ ଏଭଳି କଲେଜ ବଗିଚାରେ ପାରିଜାତ ଫୁଲ ଫୁଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.