ପରୀ ହତ୍ୟାକାଣ୍ଡ ତଦନ୍ତ: ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କୁ ସମୟ ମାଗିଲା ଏସଆଇଟି

ବହୁଚର୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ଷ୍ଟାଟସ ରିପୋର୍ଟ ଦାଖଲ କରିପାରିନାହିଁ ଏସଆଇଟି । ହାଇକୋର୍ଟ ନୟାଗଡ଼ ଯଦୁପୁରର ପରୀ ହତ୍ୟାକାଣ୍ଡର ଷ୍ଟାଟସ ରିପୋର୍ଟ ଦାଖଲ ନିମନ୍ତେ ଏସଆଇଟିକୁ ନିର୍ଦେଶ ଦେଇଥିଲେ ଓ ଆଜି ଏଥିପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର ଏସଆଇଟି ଏହି ରିପୋର୍ଟ ଏଯାଏ ପ୍ରସ୍ତୁତ କରିପାରି ନାହିଁ । ଏହି ରିପୋର୍ଟ ନିମନ୍ତେ ଅଧିକ ସମୟ ଲୋଡ଼ା ବୋଲି ଉଲ୍ଲେଖ କରି ଅଧିକ ସମୟ ମାଗିଥିବା ସୂଚନା ମିଳିଛି ।

Comments are closed.