ପରୀକୁ ନ୍ୟାୟ ଦେବାପାଇଁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନରେ ଦାବିପତ୍ର ଦେଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

ନୂଆଦିଲ୍ଲୀ : ଦିଲ୍ଲୀରେ ପହଁଚିଲା ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା। ନୟାଗଡ଼ରୁ ରାଜଧାନୀ ଆଉ ପରେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି ପରୀ ପ୍ରସଙ୍ଗ । ନୟାଗଡର ୫ ବର୍ଷର କୋମଳମତି ଶିଶୁ ପରୀକୁ ନ୍ୟାୟ ଦାବିରେ ଦିଲ୍ଲୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଦ୍ଵାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।


ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଚେୟାରମ୍ୟାନ ପ୍ରିୟଙ୍କ କାନୁନଗୋଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ବିଜେପି ଜାତୀୟ ପ୍ରବକ୍ତା ସମ୍ବତ ପାତ୍ର । ସେ ୨ଟି ଦାବି ଉପସ୍ଥାପନ କରିଛନ୍ତି । ପ୍ରଥମଟି ହେଉଛି ଏନସିପିସିଆର ଏହାକୁ ନେଇ ସ୍ବତନ୍ତ୍ର କମିଟି ଗଠନ କରି ସ୍ପଟ ତଦନ୍ତ କରନ୍ତୁ ଏବଂ ୨ୟ ଟି ନୟାଗଡ଼ର ଏସପି ଓ କଲେକ୍ଟରଙ୍କୁ ଡାକି ଏଠାକୁ ସମନ କରି ପଚାରାଉଚୁର କରାଯାଉ। ଏତଦ୍ ବ୍ୟତୀତ ମନ୍ତ୍ରୀ ଅରୁଣ ସାହୁଙ୍କ କଣ ଭୂମିକା ରହିଛି ତାହାକୁ ମଧ୍ୟ ତଦନ୍ତ କରାଯାଉ। ତେବେ ଏହି ଘଟଣାକୁ ସଜ୍ଞାନର ସହ ନେବେ ବୋଲି କହିଛନ୍ତି ପ୍ରିୟଙ୍କ କାନୁନଗୋ।

 

Comments are closed.