ହଁ ମୁଁ ଜଣେ ମୋଦୀ ଭକ୍ତ : ପରେଶ ରାୱାଲ

0

ମୁମ୍ବଇ : ଅଭିନେତା ବିକି କୌଶଲ ଓ ଅଭିନେତ୍ରୀ ୟାମୀ ଗୌତମଙ୍କ ଅଭିନୀତ ଚଳଚ୍ଚିତ୍ର ‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ’ ଚର୍ଚ୍ଚାରେ ରହିଆସିଛି। ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରିଥିବା ଦେଖିବାକୁ ମିିଳିଛି। ଏହି ଚଳଚ୍ଚିତ୍ର ଜାନୁଆରୀ ୧୧ରେ ପରଦାକୁ ଆସିବ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଅଭିନେତା ପରେଶ ରାୱାଲ ଜଣେ ପ୍ରମୁଖ ଭୁମିକାରେ ଅଭିନୟ କରିଛନ୍ତି। ରାଷ୍ଟ୍ରୀୟ ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ଚରିତ୍ରକୁ ଚଳଚ୍ଚିତ୍ରରେ ଦେଖାଯାଇଛି। ପରେଶ ରାୱାଲ ଡୋଭାଲଙ୍କ ଭୁମିକାରେ ଅଭିନୟ କରୁଛନ୍ତି। ଚଳଚ୍ଚିତ୍ରରେ ଅଜିତ ଡୋଭାଲଙ୍କ ଏକ ଚର୍ଚ୍ଚିତ ଡାଏଲଗ ରହିଛି, ‘ହିନ୍ଦୁସ୍ଥାନ ବର୍ତ୍ତମାନ ଚୁପ ବସିବ ନାହିଁ, ଏହା ନୂଆ ହିନ୍ଦୁସ୍ଥାନ, ଘରକୁ ପସିବ ବି ଓ ମାରିବ ମଧ୍ୟ’।
ଚଳଚ୍ଚିତ୍ର ପ୍ରଚାର ପାଇଁ ଅଜିତ ଡୋଭାଲ ବିଭିନ୍ନ ସ୍ଥାନକୁ ଯାଉଥିବା ସମୟରେ ସେନାଙ୍କ କାର୍ଯ୍ୟକୁ ପ୍ରସଂଶା କରିଛନ୍ତି। ସର୍ଜିକାଲ ଷ୍ଟ୍ରାଇକ ହୋଇଛି କି ନାହିଁ ସେନାକୁ ପ୍ରଶ୍ନ କରିବା କଷ୍ଟଦାୟକ ବୋଲି ସେ କହିଛନ୍ତି। ପରେଶ ରାୱାଲଙ୍କ କହିବା ଅନୁସାରେ ମୁଁ ପ୍ରଧାନମନ୍ତ୍ରୀଙ୍କ ଆଖିରେ ଦେଶକୁ ଆଗକୁ ନେବା ପାଇଁ ଏକ ନୂଆ ଆଗ୍ରହ ଦେଖିଛି। ବହୁ କଷ୍ଟରେ ଦେଶକୁ ଏମିତି ପ୍ରତିନିଧି ମିଳିଥିବା ମଧ୍ୟ ସେ କହିଛନ୍ତି। ଏଥିରେ ମତେ କିଏ ମୋଦୀଙ୍କ ଭକ୍ତ କହିଲେ ମୁଁ ଖୁସି ଅଛି।
ସୂଚନାଯୋଗ୍ୟ ଯେ ଉରିରେ ଭାରତୀୟ ସେନାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା। ଉରି ଆକ୍ରମଣରେ ୨୦ ଜଣ ଭାରତୀୟ ସେନା ସହିଦ ହୋଇଥିଲା।

Leave A Reply