ଅଭିଭାବକ-ଶିକ୍ଷକ ବୈଠକ

ବାଙ୍କୀ : ଡମପଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ଘାସିପୁଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୁଶପଙ୍ଗି ପଞ୍ଚାୟତ ସମିତି ସଭ୍ୟ ଅଜିତ୍ କୁମାର ଜେନା, ସି.ଆର.ସି.ସି ପ୍ରଶାନ୍ତ କୁମାର ସାହୁ, ବି.ଆର.ସି.ସି ଗଦାଧର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। ଏହି ବୈଠକରେ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ବିଦ୍ୟାଳୟର ପରିଚାଳନା କମିଟିର ନୂତନ ସଭାପତି ଭାବରେ କୈଳାସ ଚନ୍ଦ୍ର ବେଉରା, ଉପସଭାପତି ସୁନିତା ମହାପାତ୍ର ନିର୍ବାଚିତ ହୋଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ସାମଲ, ଶିକ୍ଷକ ପ୍ରତିନିଧି ଅମୟ କୁମାର ପରିଜା, ଶିକ୍ଷୟିତ୍ରୀ ମୋନାଲିସା ସାମଲ ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Comments are closed.