ଦୁର୍ଘଟଣାରେ ପୁଅକୁ ହରାଇବା ପରେ ରାସ୍ତାରେ ଖାଲଖମା ପୋତୁଛନ୍ତି ବାପା-ମା’

ଫରିଦାବାଦ: ରାସ୍ତାରେ ଥିବା ଖାଲ ଯୋଗୁଁ ଦୁର୍ଘଟଣାରେ ୩ ବର୍ଷିୟ ପୁଅକୁ ହରାଇବା ପରେ ଏବେ ବାପା-ମା’ ଖାଲଖମା ପୋତିବା ଅଭିଯାନ ଆରମ୍ଭ କରିଛନ୍ତି। ଛଅ ବର୍ଷ ପୂର୍ବେ ହରାଇଥିବା ପୁଅକୁ ମନେ ପକାଇ ଏବଂ ଅନ୍ୟମାନଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ଦମ୍ପତି ଏହି ଅଭିଯାନ ଆରମ୍ଭ କରିଛନ୍ତି।

ଛଅ ବର୍ଷ ପୂର୍ବେ ସଡକ ଦୁର୍ଘଟଣାରେ ମନୋଜ ନାମକ ଜଣେ ବ୍ୟକ୍ତି ନିଜ ପୁଅ ପବିତ୍ରକୁ ହରାଇଥିଲେ। ଏଥିରେ ତାଙ୍କ ପତ୍ନୀ ଟିନା ମଧ୍ୟ ଗୁରୁତର ଆହତ ହୋଇଥିଲେ। ତାଙ୍କର ୨୩ଟି ସର୍ଜରୀ ହୋଇଥିଲା।

୨୦୧୪ ଫେବୃଆରୀ ୧୦ତାରିଖରେ ଟିନା ସ୍କୁଟରରେ ପୁଅ ପବିତ୍ରକୁ ସାଙ୍ଗରେ ନେଇ ଯାଉଥିଲେ। ସେହି ସମୟରେ ପାଣିରେ ଭରିଥିବା ଖାଲରେ ସ୍କୁଟର ଫସି ଯିବାରୁ ଅନିୟନ୍ତ୍ରିତ ହୋଇ ରାସ୍ତାରେ ପଡିଯାଇଥିଲେ। ଟିନାଙ୍କ ଉପରେ ମଧ୍ୟ କେତେକ ଅଜଣା ଗାଡି  ଚଢିଯାଇଥିଲା। ଏଥିରେ ତାଙ୍କ ପୁଅ ପବିତ୍ରର ମୃତ୍ୟୁ ଘଟିଥିଲା।

ରାସ୍ତାରେ ହୋଇଥିବା ଖାଲଖମା ପୋତିବା ନଗର ନିଗମ, ରାଜପଥ ପ୍ରାଧିକରଣ, ହରିୟାଣା ସହର ବିକାଶ ପ୍ରାଧିକରଣ ଅଧିକାରୀଙ୍କ ଦାୟିତ୍ବ ବୋଲି ମନୋଜ କରିଛନ୍ତି।

Comments are closed.