ପାଟଣାଗଡ଼ ପାର୍ସଲ୍‌ ବୋମା ବିସ୍ଫୋରଣ: ଆଉ ୩ ଅଟକ

0

ବଲାଙ୍ଗୀର: ପାର୍ସଲ ବୋମା ବିସ୍ଫୋରଣରେ ପାଟଣାଗଡ଼ର ନବବିବାହିତଙ୍କ ମୃତାହତ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଜୋରଦାର କରିଛି। ଗତ କାଲି ୫ ଜଣଙ୍କୁ ଅଟକ ରଖାଯାଇ ପଚରାଉଚୁରା ଜାରି ରହିଥିବା ବେଳେ ଆଜି ଆଉ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ପାଟଣାଗଡ଼ ସ୍ଥିତ ସ୍କାଏ କିଙ୍ଗ କୋରିଅର ମାଲିକ ଦିଲ୍ଲୀପ ଦାସ, କର୍ମଚାରୀ ସୁଶାନ୍ତ ସେଠ ଓ ବୈଭସୁତ ବିନ୍ଧାଣୀ ସାମିଲ୍ ଅଛନ୍ତି।
ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ତଥା ପ୍ରାକ୍ତନ ଅଧ୍ୟକ୍ଷ ପୁଞ୍ଜିଲାଲ୍ ମେହେର, ଅଧ୍ୟାପକ ଉମେଶ ମଟାରୀ, ଫାର୍ମାସିଷ୍ଟ ରାଜକୁମାର ଦାସଙ୍କ ସମେତ ୫ ଜଣଙ୍କୁ ଗତ କାଲି କ୍ରାଇମବ୍ରାଞ୍ଚ ଅଟକ ରଖି ଜେରା କରୁଥିବା ବେଳେ ଆଜି ସକାଳୁ ରାଜକୁମାରଙ୍କୁ ଛାଡ଼ିଦେଇଛି। ସୂଚନାଯୋଗ୍ୟ ଫେବୃଆରୀ ୨୩ ତାରିଖରେ ଏହି ଘଟଣା ଘଟିଥିବା ବେଳେ ମାର୍ଚ ୨୩ ତାରିଖରେ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ଅର୍ପଣ କରାଯାଇଥିଲା।

Leave A Reply