ପୋଟଳ ଛେଚା

0

ଆବଶ୍ୟକ ସାମଗ୍ରୀ
ପୋଟଳ –୪ରୁ ୫ଟି
ଛେଚା ରସୁଣ – ୪ରୁ ୫ଟି
ଶୁଖିଲା ଲଙ୍କା ୨ଟି
କଟା ଧନିଆ ପତ୍ର – ଅଳ୍ପ
କଟା ପିଆଜ – ୨ଟି
ସୋରିଷ ତେଲ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପୋଟଳକୁ ଭଲ ଭାବେ ଧୋଇ ଛୁରୀ ସାହାଯ୍ୟରେ ଏହାର ମଝି ଅଂଶକୁ ସାମାନ୍ୟ କଣା କରି ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ ପୋଟଳକୁ ଓ ତା’ପରେ ଶୁଖିଲା ଲଙ୍କାକୁ ପୋଡ଼ି ଦିଅନ୍ତୁ। ପୋଟଳ ପୋଡ଼ି ହେବା ପରେ ଏହାକୁ ଏକ ପାତ୍ରରେ ପାଣି ନେଇ ଏହାର କଳା ଅଂଶକୁ ଛଡ଼ାଇ ଦିଅନ୍ତୁ। ଏବେ ଏକ ପାତ୍ରରେ ସେହି ପୋଟଳ, କଟା ପିଆଜ, ଛେଚା ରସୁଣ , ଲୁଣ , ପୋଡ଼ା ହୋଇଥିବା ଶୁଖିଲା ଲଙ୍କା, କଟା ଧନିଆ ପତ୍ର ପକାଇ ଏକ ଓଜନିଆ ଦ୍ରବ୍ୟ ବା ଶିଳପୁଆରେ ଏହାକୁ ଧୀରେ ଧୀରେ ଛେଚି ଦିଅନ୍ତୁ ଓ ଏକ ପାତ୍ରରେ ରଖନ୍ତୁ।। ଏବେ ଗ୍ୟାରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପାତ୍ରରେ ରଖିଥିବା ପୋଟଳ ଛେଚାକୁ ପକାଇ ୧ମିନିଟ ଭଲ ଭାବେ ଗୋଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପୋଟଳ ଛେଚା। ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply