୨ଟଙ୍କାରେ ମିଳୁଛି ପରଟା!

କେଉଁଠି ମହଙ୍ଗା ଦର ପାଇଁ ଲୋକେ ଅତିଷ୍ଠ ହେଲେଣି ଅନ୍ୟ ଏକ ସ୍ଥାନରେ ଗରିବଙ୍କୁ କମ୍ ଦରରେ ଦୁଇ ଓଳିର ଭୋଜନ ମିଳିଯାଇଛି। ତାମିଲନାଡ଼ୁର ନାଗରକୋଇଲ ରାଜପଥ ନିକଟରେ ଅମ୍ମା ଢାବା ଅଛି, ଢାବାର ଦାୟିତ୍ବରେ ଅଛନ୍ତି ବୟସ୍କ ଦମ୍ପତି। ୭୩ ବର୍ଷୀୟ ବାଲାକୃଷ୍ଣନ୍‌ ଓ ତାଙ୍କ ପତ୍ନୀ ୬୬ ବର୍ଷୀୟା ଲକ୍ଷ୍ମୀ ଦିନରାତି ଅହରହ ଗ୍ରାହକଙ୍କ ସେବାରେ ଲାଗିଥାନ୍ତି। ୩୦ ବର୍ଷ ତଳେ ଆରମ୍ଭ କରିଥିବା ଏଇ ଢ଼ାବାରେ ବେଶ୍ ସୁଲଭ ମୂଲ୍ୟରେ ଭୋଜନ ମିଳିଥାଏ। ବିଭିନ୍ନ ସ୍ବାଦର ପରଟା ଏଠାରେ ମାତ୍ର ୨ଟଙ୍କାରେ ମିଳେ, ସକାଳୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଥାଏ। ଦମ୍ପତିଙ୍କର କୌଣସି ସନ୍ତାନ ନ ଥିବାବେଳେ ସେମାନେ ଗ୍ରାହକଙ୍କୁ ନିଜ ପିଲା ଭଳି ଶ୍ରଦ୍ଧା କରି ଖାଇବା ପରଷିଦିଅନ୍ତି। ବାଲାକୃଷ୍ଣନ୍‌ କହିଛନ୍ତି ଗଲା ୧୨ ବର୍ଷ ହେଲା ସେ ତାଙ୍କ ଢାବାରେ କୌଣସି ବ୍ୟଞ୍ଜନର ଦର ବଢ଼ାଇନାହାନ୍ତି, ଏପରିକି ଆଗାମୀ ଦିନରେ ଦର ବଢ଼ାଇବାର ମଧ୍ୟ ଯୋଜନା ନାହିଁ। ଆଜିର ସମୟରେ ୨ଟଙ୍କାରେ ଗୁପ୍‌ଚୁପ୍‌ ମିଳୁନଥିବାବେଳେ ତାଙ୍କ ଢାବାରେ ପରଟା ମିଳିବା ନିହାତି ଭାବେ ପ୍ରଶଂସାର ବିଷୟ। ଗରିବ ଶ୍ରେଣୀର ଲୋକ ଓ ଛାତ୍ରଛାତୀ ନିୟମିତ ଏଇ ଢାବାରେ ଭିଡ଼ ଜମାଉଥିବାର ଦେଖାଯାଇଛି।

Comments are closed.