ପାରା ଅଲିମ୍ପିକ୍‌ସରେ ଭାରତୀୟ ଜାତୀୟ ପତାକା ଧରିବେ ଥାଙ୍ଗାଭିଲୁ

ନୂଆଦିଲ୍ଲୀ: ଅଗଷ୍ଟ ୨୪ରୁ ଆରମ୍ଭ ହେବାକୁ ଥିବା ଟୋକିଓ ପାରା ଅଲିମ୍ପିକ୍‌ସରେ ରିଓ ପାରା ଅଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ବିଜେତା ହାଇଜମ୍ପର ମାରିୟାପ୍ପାନ ଥାଙ୍ଗାଭିଲୁ ଭାରତୀୟ ଜାତୀୟ ପତାକା ଧରିବେ। ଏ ନେଇ ଶୁକ୍ରବାର ପାରା ଅଲିମ୍ପିକ୍‌ସ କମିଟି ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ତାମିଲନାଡୁର ଥାଙ୍ଗାଭିଲୁ ୨୦୧୬ ରିଓ ଅଲିମ୍ପିକ୍‌ସର ଟି-୪୨ ହାଇଜମ୍ପ ବିଭାଗରେ ୧.୮୯ ମିଟର ଉଚ୍ଚତା ଅତିକ୍ରମ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଟୋକିଓ ପାରା ଅଲିମ୍ପିକ୍‌ସରେ ୨୪ପାରା ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବା ଲାଗି ମନୋନୀତ ହୋଇଛନ୍ତି । ସେଥିମଧ୍ୟରୁ ଥାଙ୍ଗାଭିଲୁ ଅନ୍ୟତମ ବୋଲି ପାରା ଆଥଲେଟିକ୍‌ କମିଟି ଅଧ୍ୟକ୍ଷ ଆର. ସତ୍ୟନାରାୟଣ କହିଛନ୍ତି। ଥାଙ୍ଗାଭିଲୁ ୨୦୨୦ରେ ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଥିଲେ।

Comments are closed.