ପରମବୀର ସିଂହ ପଳାତକ ଘୋଷିତ

ମୁମ୍ବଇ: ଫେରାର ଥିବା ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମବୀର ସିଂହଙ୍କୁ ସ୍ଥାନୀୟ ଏକ ଅଦାଲତ ‘ପଳାତକ’ ବୋଲି ଘୋଷଣା କରିଛନ୍ତି। ବାରମ୍ବାର ପୁଲିସ ଡକରାକୁ ବେଖାତିର କରିଥିବା ପରମବୀରଙ୍କ ବିରୋଧରେ ଇତିମଧ୍ୟରେ ତିନିଟି ଜାମିନବିହୀନ ଗିରଫ ପରୱାନା ଜାରି ହେଲାଣି। ଏହି ପରିପ୍ରେକ୍ଷୀରେ ମୁମ୍ବଇ ପୁଲିସର ଆବେଦନକ୍ରମେ ସ୍ଥାନୀୟ ନିମ୍ନ ଅଦାଲତ ବିଚାରପତି ସୁଧୀର ଭଜିପାଲେ ପରମବୀରଙ୍କୁ ପଳାତକ ଘୋଷଣା କରିଛନ୍ତି। ଗୋରେଗାଓଁ ଚାନ୍ଦା ଅସୁଲ ଅଭିଯୋଗର ତଦନ୍ତ କରୁଥିବା ପୁଲିସ ଅପରାଧ ଶାଖା ଏଥିପାଇଁ ଆବେଦନ କରିଥିଲା। ପରମବୀରଙ୍କ ସହ ଅନ୍ୟ ଦୁଇ ଅପରାଧୀ ରିୟାଜ ଭଟ୍ଟୀ ଓ ବିନୟ ସିଂହ ଓରଫ ବାବ୍‌ଲୁଙ୍କୁ ମଧ୍ୟ ପଳାତକ ଘୋଷଣା କରାଯାଇଛି।

Comments are closed.