ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ

ଗଜପତି(ରାୟଗଡ଼): ଗଜପତି  ଜିଲା ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେଓଙ୍କ ପରଲୋକ ଘଟିଛି। ଶୁକ୍ରବାର ଭୋର ପ୍ରାୟ ୪ଟା ସମୟରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ଦୀର୍ଘ ଅଢ଼େଇ ବର୍ଷ ଧରି ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ହୋଇଥିଲା। ମହାରାଜା ଗୋପୀନାଥ ଗଜପତି ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମହାରାଜାଙ୍କ ମୃତ୍ୟୁ ପରେ ଜିଲାରେ ଶୋକର ଛାୟା ଖେଳିଯାଇଛି। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମହାରାଜାଙ୍କ ଶେଷ ଦର୍ଶନ କରିଛନ୍ତି।

୧୯୪୩ ମାର୍ଚ୍ଚ ୬ ତାରିଖରେ ମହାରାଜା ଗୋପୀନାଥ ଗଜପତି ଜନ୍ମଗ୍ରହଣ କରିଥିଲେ। ସେ ବ୍ରହ୍ମପୁର ଆସନରୁ ୯ମ ଏବଂ ୧୦ମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ୨୦୦୯ ପର୍ଯ୍ୟନ୍ତ ସେ ବିଜେପିରେ ରହି କାର୍ଯ୍ୟ କରିଥିଲେ। ପରେ ୨୦୦୯ରେ ସେ ବିଜେଡିରେ ସାମିଲ ହୋଇଥିଲେ। ତାଙ୍କର ଜଣେ ପୁଅ ଏବଂ  ଜଣେ ଝିଅ ଅଛନ୍ତି।

Comments are closed.