ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଦୂଷିତରୁ ରକ୍ଷା କରିବ ଏହି ଦ୍ରବ୍ୟ

0

ଜୁଲାଇ ୨୭ ଆସନ୍ତା କାଲି ଚନ୍ଦ୍ରଗ୍ରହଣ ପଡୁଛି। ଏହା ଶତାଦ୍ଦୀର ସବୁଠୁଁ ବଡ ଚନ୍ଦ୍ରଗ୍ରହଣ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି। ଶୁକ୍ରବାର ରାତି ୧୦.୫୪ମିନିଟରୁ ଆରମ୍ଭ ହୋଇ ୩.୪୯ ମିନିଟରେ ଶେଷ ହେବ । ଜ୍ୟୋର୍ତିବିତଙ୍କ ମତ ଅନୁଯାୟୀ ଏହି ସମୟରେ ରୋଷେଇ ଏବଂ ଭୋଜନ କରିବା ଅନୁଚିତ୍ । ଏହି ସମୟରେ ଭୋଜନ କରିବା ଦ୍ବାରା ମନୁଷ୍ୟ ଶରୀରକୁ ଅନେକ ରୋଗ ଗ୍ରାସ କରିଥାଏ ବୋଲି ମାନ୍ୟତା ରହିଛି। ଏହି କାରଣରୁ ଚନ୍ଦ୍ରଗ୍ରହଣ ସମୟରେ ଭୋଜନ ନିଷେଦ୍ଧ କରାଯାଇଛି । ଏହା ସହ ଚନ୍ଦ୍ରଗ୍ରହଣ ସମୟରେ ଘରେ ରହିଥିବା ଖାଦ୍ୟ ମଧ୍ୟ ଭୋଜନ ଯୋଗ୍ୟ ହୋଇ ରହିନଥାଏ ।

ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଚନ୍ଦ୍ର ଗ୍ରହଣ ସମୟରେ ଖାଦ୍ୟକୁ ଦୂଷିତ ହେବାରୁ ରକ୍ଷା କରିପାରିବା।

ଚନ୍ଦ୍ରଗ୍ରହଣ ପୂର୍ବରୁ ଖାଦ୍ୟରେ ଏକ କୁଶ(ପୂଜା କାର୍ଯ୍ୟରେ ଆଙ୍ଗୁଳିରେ ପିନ୍ଧା ଯାଉଥିବା କୁଶ ବଟୁ) ପକାଇ ରଖନ୍ତୁ। ଏହା ଦ୍ବାରା ଖାଦ୍ୟ ଦୂଷିତ ହୋଇ ନଥାଏ । ଯେପରି କ୍ଷୀର, ଦହି, ଚଟଣୀ ଓ ଆଚାର ଆାଦିରେ କୁଶ ପାକାଇ ରଖନ୍ତୁ । ଏହା ଦ୍ବାରା ଖାଦ୍ୟ ଦୂଷିତ ହେବାରୁ ବର୍ତ୍ତି ଯାଇଥାଏ ।

ପଣ୍ଡିତଙ୍କ କହିବା ଅନୁଯାୟୀ, ଚନ୍ଦ୍ର ଗ୍ରହଣ ସମୟରେ ଭୋଜନ ଓ ଜଳରେ ନକରାତ୍ମକ ଉର୍ଜ ସୃଷ୍ଟି ହୋଇଥାଏ । ଫଳରେ ସେହି ଖାଦ୍ୟକୁ ଗ୍ରହଣ କରିବା ଦ୍ବାରା ଅନେକ ରୋଗର ଶିକାର ହୋଇପାରନ୍ତି।

ଏଥିପାଇଁ ଖାଦ୍ୟ ଓ ଜଳରେ ତୁଳସୀ ପତ୍ର ବା କୁଶ ପକାଇ ରଖନ୍ତୁ।

ଘର ଚଟାଣକୁ ଗୋବରରେ ଲିପା ପୋଛା କରନ୍ତୁ । ଯାହା ଦ୍ବାରା ଦ୍ବାରା ଚନ୍ଦ୍ରଗ୍ରହଣ ସମୟର ନକାରତ୍ମକ ଉର୍ଜରୁ ରକ୍ଷା ପାଇପାରିବେ ।  

ରୋଗୀ, ବୃଦ୍ଧା ଓ ଛୋଟ ପିଲାଙ୍କ ଉପରେ ଚନ୍ଦ୍ରଗ୍ରହଣ ନିୟମ ଲାଗୁ ହୋଇନଥାଏ।

Leave A Reply